हार से सीख, जीत का ताज : एसएसयु बना बास्केटबॉल चैंपियन

वह अगस्त महीने की एक नमीयुक्त दोपहर थी। हल्की बारिश के बीच श्री श्री विश्वविद्यालय की पुरुष बास्केटबॉल टीम के खिलाड़ी मैदान पर नियमित अभ्यास में लगे हुए थे। उसी दिन खबर मिली कि भुवनेश्वर स्थित मदर्स पब्लिक स्कूल मैदान में “बिग ऑरेंज बास” आन्तः महाविद्यालय बास्केटबॉल चैंपियनशिप का आयोजन होने जा रहा है। यह खबर जैसे श्री श्री विश्वविद्यालय की बास्केटबॉल टीम में नया जोश भर गई। हाल ही में किट विश्वविद्यालय से हारकर लगभग टूट चुके खिलाड़ियों के लिए यह एक और सुनहरी अवसर बनकर आया।

18 अगस्त को, पुरुष बास्केटबॉल टूर्नामेंट में भाग लेने वाली आठ टीमों में से एसएसयू (श्री श्री विश्वविद्यालय) ने अपनी जगह पक्की कर ली। सभी टीमें दो ग्रुपों में बंटी थीं। ग्रुप-ए में सेंचुरियन विश्वविद्यालय, आईआईटी-भुवनेश्वर और ओयूटीआर-भुवनेश्वर के साथ श्री श्री विश्वविद्यालय भी था। इतने मजबूत प्रतिपक्षों के बीच रहने के कारण खिलाड़ियों ने शायद आगे बढ़ने की उम्मीद नहीं की थी। लेकिन नियति ने कुछ और ही तय कर रखा था। टीम ने केवल अगले चरण में प्रवेश ही नहीं किया बल्कि चैंपियन भी बनी।

टीम में आठ युवा खिलाड़ी थे:- कप्तान शोभन कुमार प्रधान, अमृत गौरव राय, आकाश महतो, मनीष गुप्ता, सौरभ यादव, सुमीत रंजन देओ, फ़ज़ल खान और चंदन प्रधान। कुछ को छोड़कर बाकी बहुत अनुभवी नहीं थे। लेकिन कोर्ट पर रोज़ाना घंटों अभ्यास करने वालों के लिए मैच का अनुभव कम होना कोई बड़ी बाधा नहीं थी।


पहले मैच में प्रतिद्वंद्वी था सेंचुरियन विश्वविद्यालय। जोश से भरी श्री श्री विश्वविद्यालय की टीम कोर्ट में उतरी। मैच कड़ा था और कभी सेंचुरियन आगे रहता तो कभी एसएसयू। अंत तक सस्पेंस बना रहा। आखिरकार कड़े संघर्ष के बाद श्री श्री विश्वविद्यालय ने 44-43 अंकों से जीत हासिल की।


अगला मैच ठीक अगले दिन खेला गया, जिसमें प्रतिद्वंद्वी था भुवनेश्वर स्थित ओडिशा प्रौद्योगिकी एवं अनुसंधान विश्वविद्यालय (ओयूटीआर) । इस टीम के विरुद्ध खेलना श्री श्री विश्वविद्यालय के लिए उतना कठिन नहीं था, क्योंकि ओयूटीआर  कोई बहुत मज़बूत टीम नहीं थी। इसके अलावा, एसएसयू की ओर से शोभन और अमृत जब अग्रिम पंक्ति में गार्ड्स के रूप में थे, तो वे प्रतिद्वंद्वियों पर दबाव बनाने में सक्षम हो गए। इसी कारण श्री श्री विश्वविद्यालय ने आक्रामक खेल न खेलकर भी संतुलित प्रदर्शन करते हुए जीत हासिल की। केवल यह कहना पर्याप्त नहीं होगा कि टीम ने यह मैच जीता, बल्कि सच तो यह है कि अपने सभी मैचों में से इसी मैच में उसने सबसे अधिक अंतर (50-28 अंक) से विजय प्राप्त की।


अगला मैच आईआईटी-भुवनेश्वर के खिलाफ था। इस टीम से श्री श्री विश्वविद्यालय की टीम पहले भी गत फरवरी महीने में ओयूटीआर मैदान पर खेल चुकी थी। इसलिए दोनों टीमें एक-दूसरे के लिए बिल्कुल नई नहीं थीं। हालांकि उस मैच में श्री श्री विश्वविद्यालय को हार का सामना करना पड़ा था। इसलिए उस अनुभव के साथ हार का बदला लेने के लिए एसएसयू के खिलाड़ी उत्सुकता से प्रतीक्षा कर रहे थे। महत्वपूर्ण बात यह थी कि टूर्नामेंट में भाग लेने वाली सभी आठ टीमों में सबसे लंबे खिलाड़ी दिव्यजीत महापात्र, आईआईटी-भुवनेश्वर टीम से थे। इसलिए उन्हें रोकने की योजना श्री श्री विश्वविद्यालय के खिलाड़ियों ने पहले ही बना ली थी। जब भी वे ड्रिब्ल करते, एसएसयू के दो प्रमुख खिलाड़ी शोभन और अमृत पीछे हटकर उन्हें रोकने की कोशिश करते। यह रणनीति सफल रही। परिणाम यह हुआ कि एसएसयू ने 40-28 अंकों के अंतर से जीत दर्ज कर फाइनल में प्रवेश किया।


अब अंतिम मुकाबला था किट विश्वविद्यालय से। किट एक अनुशासित और मजबूत टीम थी, जिसे हराना किसी भी टीम के लिए सपना जैसा था। उनके खिलाड़ी सूर्य, प्रीतम और अंशुमान अपने पासिंग और फिनिशिंग कौशल के लिए मशहूर थे। इसलिए एसएसयू ने इन्हीं पर फोकस किया।

वास्तव में फाइनल मैच तीव्र प्रतिस्पर्धा से भरा हुआ था। पूरे 40 मिनट के खेल में लगभग 36 मिनट तक किट विश्वविद्यालय 10 अंकों की बढ़त बनाए हुए था। एसएसयू के लिए सिर मुंडाते ही ओले पड़ना की तरह शानदार खेल रहे शोभन भी फाउल आउट हो गए। चंदन ने बतौर विकल्प खिलाड़ी मैदान में प्रवेश किया, लेकिन टीम लगभग जीत की उम्मीद छोड़ चुकी थी। फिर भी आकाश, अमृत और मनीष जैसे खिलाड़ियों ने ठान लिया कि हारना भी है तो डटकर खेलते हुए हारेंगे। और उनकी यही सोच टीम को चैंपियन बनने की राह पर ले आई। अमृत ने कहा, “मुझे बॉल दो, मैं कोशिश करता हूँ।” और फिर आखिरी दो से ढाई मिनट में खेल का पूरा नक्शा बदल गया। इसी थोड़े समय में अमृत ने तेज़ी से 3 शॉट्स से 6 अंक और दो फाउल्स से 4 फ्री-थ्रो अंक हासिल कर स्थिति बराबर कर दी। इसके बाद बचे हुए 22 सेकंड में एसएसयू ने एक शॉट और एक थ्रो से 3 अंक जोड़कर इतिहास रच दिया। इस तरह किट विश्वविद्यालय को पराजित करते हुए एसएसयू ने “बिग ऑरेंज बास” आन्तः महाविद्यालय बास्केटबॉल चैंपियनशिप 60-57 अंकों के अंतर से जीत ली।


अब टीम का लक्ष्य है इस सफलता को लंबे समय तक बनाए रखना। क्योंकि खिलाड़ी भली-भांति जानते हैं कि सफलता पाना जितना कठिन है, उसे बनाए रखना उससे कहीं ज्यादा कठिन है।


               ଇତିହାସ ରଚିଲା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ

                        ଆନ୍ତଃ ମହାବିଦ୍ୟାଳୟ ବାସ୍କେଟ୍ ବଲ୍ ଚାମ୍ପିଅନ୍

ତାହା ଥିଲା ଅଗଷ୍ଟ ମାସର ଏକ ନାତିଶୀତୋଷ୍ଣ ଅପରାହ୍ନ । ଲଘୁଚାପ ବର୍ଷା ମଧ୍ୟରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପୁରୁଷ ବାସ୍କେଟ୍ ବଲ୍ ଟିମର ଖେଳାଳିମାନେ ପଡ଼ିଆରେ ନିୟମିତ ଅଭ୍ୟାସ ଜାରି ରଖିଥିଲେ । ସେଦିନ ଖବର ମିଳିଲା ଭୁବନେଶ୍ୱରସ୍ଥିତ ମଦର୍ସ ପବ୍ଲିକ୍ ସ୍କୁଲ୍ ପଡ଼ିଆରେ ଆୟୋଜିତ ହେଉଛି ବିଗ୍ ଅରେଞ୍ଜ ବାସ୍ ଆନ୍ତଃ ମହାବିଦ୍ୟାଳୟ ବାସ୍କେଟ୍ ବଲ୍ ଚାମ୍ପିଅନଶିପ୍ । ଏ ଖବର ସତେଯେମିତି ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ବାସ୍କେଟ୍ ବଲ୍ ଟିମ୍ ଦେହରେ ସଞ୍ଜିବନୀ ଭରିଦେଲା । ନିକଟ ଅତୀତରେ କିଟ୍ ବିଶ୍ୱବିଦ୍ୟାଳୟଠାରୁ ପରାଜିତ ହୋଇ ପ୍ରାୟ ଏକରକମ ଭାଙ୍ଗି ପଡ଼ିଥିବା ପୁରୁଷ ବାସ୍କେଟ୍ ବଲ୍ ଖେଳାଳିମାନଙ୍କ ପାଇଁ ଏହା ଆଣି ଦେଇଥିଲା ଆଉ ଏକ ସୁଯୋଗ ।

ସେହି ମାସ 18 ତାରିଖ । ପୁରୁଷ ବାସ୍କେଟ୍ ବଲ୍ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିବା ଆଠଟି ଦଳ ମଧ୍ୟରେ ନିଜ ସ୍ଥାନ ପକ୍କା କରି ନେଇଥିଲେ ଏସଏସୟୁଭିଆନ୍ । ଦୁଇଟି ଗ୍ରୁପରେ ବିଭକ୍ତ ହୋଇଥିବା ଏ ସମସ୍ତ ଦଳ ମଧ୍ୟରୁ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ, ଆଇଆଇଟି-ଭୁବନେଶ୍ୱର ଏବଂ ଓୟୁଟିଆର୍-ଭୁବନେଶ୍ୱର ସହ ଗ୍ରୁପ୍-ଏ ରେ ସ୍ଥାନ ପାଇଥିଲା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ । ଏତେ ଟାଣୁଆ ଟାଣୁଆ ଦଳମାନଙ୍କ ସହ ଗୋଟିଏ ଗ୍ରୁପରେ ରହିଥିବା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଖେଳାଳିମାନେ ସେତେବେଳେ ହୁଏତ ପରବର୍ତ୍ତୀ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହେବା କଥା ଭାବି ନ ଥିଲେ । ମାତ୍ର ନିୟତିର ବିଧାନ ଥିଲା ଅନ୍ୟ ପ୍ରକାରର । ଦଳ କେବଳ ପରବର୍ତ୍ତୀ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇ ନ ଥିଲା, ଅଧିକନ୍ତୁ ଚାମ୍ପିଅନ୍ ମଧ୍ୟ ହୋଇଥିଲା ।

ଦଳରେ ଥିଲେ ଆଠଜଣ ଯୁବ ଖେଳାଳି । ସେମାନେ ହେଲେ କ୍ୟାପଟେନ୍ ଶୋଭନ କୁମାର ପ୍ରଧାନ, ଅମ୍ରିତ ଗୌରବ ରାୟ, ଆକାଶ ମାହାତୋ, ମନିଷ ଗୁପ୍ତା, ସୌରଭ ଯାଦବ, ସୁମିତ ରଞ୍ଜନ ଦେଓ, ଫଜଲ ଖାନ୍ ଓ ଚନ୍ଦନ ପ୍ରଧାନ । କେତେଜଣଙ୍କୁ ଛାଡ଼ିଦେଲେ ଅନ୍ୟମାନେ ସେଭଳି ବିଶେଷ ଅଭିଜ୍ଞ ନ ଥିଲେ । ମାତ୍ର ବାସ୍କେଟ୍ ବଲ୍ କୋର୍ଟ ଯାହାର ସାଥୀ, ଯିଏ ପ୍ରତିଦିନ ସନ୍ଧ୍ୟା ସାଢ଼େ ଛଅରୁ ନେଇ ରାତି ନଅଟା ପର୍ଯ୍ୟନ୍ତ ଅଭ୍ୟାସ କରିଛି, ତା ପାଇଁ ଅଧିକ ମ୍ୟାଚ୍ ଖେଳି ନ ଥିବା ଏକ ବଡ଼ ପ୍ରତିବନ୍ଧକ ନୁହେଁ ନିଶ୍ଚୟ ।

ଗ୍ରୁପର ପ୍ରଥମ ମ୍ୟାଚରେ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟକୁ ଭେଟିଲା ଦଳ । ମନରେ ଅଦମ୍ୟ ଉତ୍ସାହ ନେଇ କୋର୍ଟକୁ ଓହ୍ଲାଇଲେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଉତ୍ସାହୀ ଟିମ୍ । ତେବେ ଗୋଟିଏ ପରେ ଗୋଟିଏ କ୍ୱାର୍ଟର ଶେଷ ହୋଇ ଆସୁଥିବା ବେଳକୁ କେତେବେଳେ ସେଞ୍ଚୁରିଅନ୍ ଦୁଇ ପଏଣ୍ଟ ଆଗରେ ରହୁଥିଲା ତ କେତେବେଳେ ଏସଏସୟୁକୁ ମିଳୁଥିଲା ଦୁଇ ପଏଣ୍ଟ  । ଫଳରେ ମ୍ୟାଚ୍ ଶେଷ ପର୍ଯ୍ୟନ୍ତ ରହିଥିଲା ସସପେନ୍ସ । ସେଞ୍ଚୁରିଅନ୍ ଟିମର ସ୍ୱାଗତ ଓ ଚିତ୍ତ ରଞ୍ଜନ ବେଶ୍ ଭଲ ଖେଳି ନିଜ ଦଳ ପାଇଁ ବିଜୟ ସମ୍ଭାବନା ସୃଷ୍ଟି କରିଥିଲେ । ଅପରପକ୍ଷରେ ଏସଏସୟୁ ଖେଳାଳିଙ୍କ ମଧ୍ୟରେ ଭଲ ସହଯୋଗ ରହୁଥିଲେ ବି ମଝିରେ ମଝିରେ ବୁଝାମଣାର ଅଭାବ ରହୁଥିଲା । ଯାହାର ଫାଇଦା ନେଉଥିଲେ ପ୍ରତିପକ୍ଷ । ମାତ୍ର ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଦଳଗତ ପ୍ରଦର୍ଶନ ଆଗରେ ମୁଣ୍ଡ ନୁଆଇଁବାକୁ ବାଧ୍ୟ ହୋଇଥିଲେ । ଖୁବ୍ କଡ଼ା ପ୍ରତିଦ୍ୱନ୍ଦ୍ୱିତା ପରେ ଶେଷରେ 44-43 ପଏଣ୍ଟ ବ୍ୟବଧାନରେ ଜିତି ପରବର୍ତ୍ତୀ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହେଲା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ।

ପରବର୍ତ୍ତୀ ମ୍ୟାଚ୍ ତହିଁ ପରଦିନ ଖେଳା ଯାଇଥିବା ବେଳେ ପ୍ରତିପକ୍ଷ ଥିଲା ଭୁବନେଶ୍ୱରସ୍ଥିତ ଓଡ଼ିଶା ପ୍ରଯୁକ୍ତି ଓ ଗବେଷଣା ବିଶ୍ୱବିଦ୍ୟାଳୟ (ଓୟୁଟିଆର୍) । ଏହି ଦଳ ବିପକ୍ଷରେ ଖେଳିବା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପକ୍ଷରେ ସେତେଟା କାଠିକର ହୋଇ ନ ଥିଲା । କାରଣ ଓୟୁଟିଆର୍ ସେତେ ଟାଣୁଆ ଦଳ ନ ଥିଲା । ଏଥିସହ ଏସଏସୟୁ ପକ୍ଷରୁ ଶୋଭନ ଓ ଅମ୍ରିତ ସମ୍ମୁଖ ଭାଗରେ ଗାର୍ଡ୍ସ ଥିବାବେଳେ ପ୍ରତିପକ୍ଷଙ୍କ ଉପରେ ଚାପ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲେ । ସେଥିପାଇଁ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଆକ୍ରମଣାତ୍ମକ ନ ଖେଳି ସନ୍ତୁଳିତ କ୍ରୀଡ଼ା ପ୍ରଦର୍ଶନ କରିଥିଲେ ମଧ୍ୟ ବିଜୟୀ ହୋଇଥିଲା । ଖାଲି ମ୍ୟାଚ୍ ଜିତିଥିଲା କହିଲେ ଠିକ୍ ହେବନାହିଁ, ବରଂ ଦଳ ତାହାର ସମସ୍ତ ମ୍ୟାଚ୍ ମଧ୍ୟରୁ ଏହି ମ୍ୟାଚରେ ସର୍ବାଧିକ ପଏଣ୍ଟ (50-28) ବ୍ୟବଧାନରେ ବିଜୟଲାଭ କରିଥିଲା ।

ଏହାର ପରବର୍ତ୍ତୀ ମ୍ୟାଚଟି ଥିଲା ଆଇଆଇଟି-ଭୁବନେଶ୍ୱର ବିପକ୍ଷରେ । ଏହି ଦଳ ସହ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଟିମ୍ ପୂର୍ବରୁ ଗତ ଫେବ୍ରୁଆରୀରେ ଓୟୁଟିଆର୍ ଗ୍ରାଉଣ୍ଡରେ ଖେଳିଥିଲା । ତେଣୁ ଉଭୟ ଦଳ ପରସ୍ପର ପ୍ରତି ଆଦୌ ନୂଆ ନ ଥିଲେ । ଅବଶ୍ୟ ସେହି ମ୍ୟାଚରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରାଜିତ ହୋଇଥିଲା । ତେଣୁ ଉକ୍ତ ମ୍ୟାଚର ଅଭିଜ୍ଞତା ସାଙ୍ଗକୁ ପରାଜୟର ପ୍ରତିଶୋଧ ନେବାକୁ ଏସଏସୟୁଭିଆନ୍ ମାନେ ଉତ୍କଣ୍ଠାର ସହ ପ୍ରତୀକ୍ଷା କରିଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିବା ସମସ୍ତ ଆଠଟି ଯାକ ଦଳ ମଧ୍ୟରୁ ସବୁଠୁ ଡେଙ୍ଗା ଖେଳାଳି ଦିବ୍ୟଜିତ ମହାପାତ୍ର ହେଉଛନ୍ତି ଆଇଆଇଟି-ଭୁବନେଶ୍ୱର ଟିମର ଖେଳାଳି । ତେଣୁ ତାଙ୍କୁ ରୋକିବାକୁ ବହୁ ପୂର୍ବରୁ ଯୋଜନା କରି ସାରିଥିଲେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଖେଳାଳି । ସେ ଯେତେବେଳେ ଡ୍ରିବ୍ଲ କରୁଥିଲେ, ତାଙ୍କୁ ଟିକିଏ ପଛକୁ ଯାଇ ରୋକିବାକୁ ଚେଷ୍ଟା କରୁଥିଲେ ଏସଏସୟୁର ଦୁଇ ପ୍ରମୁଖ ଖେଳାଳି ଶୋଭନ୍ ଓ ଅମ୍ରିତ । କହିବା ବାହୁଲ୍ୟ, ଏ କୌଶଳ କାମ ଦେଇଥିଲା । ପରିଣତି ହେଲା ଏଇଆ ଯେ, ଏସଏସୟୁ 40-28 ପଏଣ୍ଟ ବ୍ୟବଧାନରେ ବିଜୟୀ ହେଲା ଓ ଫାଇନାଲରେ ପ୍ରବେଶ କଲା ।

ଏବେ ସର୍ବଶେଷ ଲଢ଼େଇ । ଟାଇଟଲ୍ ମୁକାବିଲା । ଗ୍ରୁପ୍-ବିରୁ ଅଜେୟ ଭାବେ ଫାଇନାଲକୁ ଆସିଥିବା କିଟ୍ ବିଶ୍ୱବିଦ୍ୟାଳୟକୁ ଅଟକାଇବା କେବଳ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ କାହିଁକି, ବରଂ ଯେ କୌଣସି ଦଳ ପାଇଁ ଥିଲା ଏକ ସ୍ୱପ୍ନ । କାରଣ କିଟ୍ ଏକ ଶୃଙ୍ଖଳିତ ଓ ଲଢୁଆ ଟିମ୍ ଭାବରେ ଆନ୍ତଃ ମହାବିଦ୍ୟାଳୟ ବାସ୍କେଟ୍ ବଲ୍ କୋର୍ଟରେ ନିଜ ଦବଦବା ଜାହିର କରିଥିଲା । ଦଳ ପକ୍ଷରୁ ସୂର୍ଯ୍ୟ, ପ୍ରୀତମ୍ ଏବଂ ଅଂଶୁମାନଙ୍କ ଭଳି ଖେଳାଳି ସେମାନଙ୍କ ପାସିଂ ଓ ଫିନିଶିଂ କୌଶଳ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ଅତଏବ୍ ଏସଏସୟୁଭିଆନ୍ ମାନେ ମୁଖ୍ୟତଃ ସେହି ତିନିଜଣ ଖେଳାଳିଙ୍କୁ ହିଁ ଟାର୍ଗେଟ୍ କରିଥିଲେ ।

ଯଥାର୍ଥରେ ଫାଇନାଲ୍ ମ୍ୟାଚଟି ତୀବ୍ର ପ୍ରତିଦ୍ୱନ୍ଦ୍ୱିତାରେ ପରିପୂର୍ଣ୍ଣ ଥିଲା । ଏପରିକି ସମୁଦାୟ 40 ମିନିଟ୍ ଖେଳର ପ୍ରାୟ 36 ମିନିଟ୍ ପର୍ଯ୍ୟନ୍ତ କିଟ୍ ବିଶ୍ୱବିଦ୍ୟାଳୟ 10 ପଏଣ୍ଟ ଅଗ୍ରଣୀ ଥିଲା । ଏସଏସୟୁ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ଭଲ ଖେଳୁଥିବା ଶୋଭନ୍ ମଧ୍ୟ ଫାଉଲ ଆଉଟ୍ ହୋଇଗଲା । ବଦଳ ଖେଳାଳି ଭାବରେ ଚନ୍ଦନ ଯୋଗ ଦେଇଥିଲେ ମଧ୍ୟ ଦଳ ପ୍ରାୟ ବିଜୟ ଆଶା ଛାଡ଼ି ସାରିଥିଲା । ଏପରିକି ଆକାଶ, ଅମ୍ରିତ୍ ଏବଂ ମନିଷଙ୍କ ପରି ଖେଳାଳି ସ୍ଥିର କରି ସାରିଥିଲେ ଯେ, ହାରିଲେ ହାରିବୁ ପଛକେ ଲଢୁଆ ଖେଳ ପ୍ରଦର୍ଶନ କରି ହାରିବୁ । ଆଉ ସେମାନଙ୍କ ଏହି ଚିନ୍ତାଧାରା ହିଁ ଦଳକୁ ଚାମ୍ପିଅନ୍ ହେବା ରାସ୍ତାରେ ବାଟ କଢ଼ାଇ ନେଲା । ଅମ୍ରିତ୍ କହିଲେ, ମୋତେ ବଲ୍ ଦିଅ, ମୁଁ ଚେଷ୍ଟା କରୁଛି । ଆଉ ଶେଷ ଦୁଇରୁ ଅଢ଼େଇ ମିନିଟର ଖେଳ ସବୁକିଛି ଓଲଟ ପାଲଟ କରିଦେଲା । ଏତିକି ସମୟ ମଧ୍ୟରେ କ୍ଷୀପ୍ରଗତିରେ ଅମ୍ରିତ 3ଟି ସୁଟିଂରୁ 6 ପଏଣ୍ଟ ଓ ଦୁଇଟି ଫାଉଲରୁ 4ଟି ଫ୍ରି-ଥ୍ରୋ ପାଇ 4 ପଏଣ୍ଟ ହାସଲ କରି ସ୍ଥିତି ବରାବର କରିଥିଲେ । ଏହା ପରେ ଅବଶିଷ୍ଟ 22 ସେକେଣ୍ଡ ମଧ୍ୟରେ ଦଳ ଏସଏସୟୁ ଗୋଟିଏ ସୁଟିଂ ଓ ଗୋଟିଏ ଥ୍ରୋରୁ 3 ପଏଣ୍ଟ ଯୋଡ଼ିବା ସହ ଇତିହାସ ରଚିଥିଲା । ଏଥିସହ କିଟ୍ ବିଶ୍ୱବିଦ୍ୟାଳୟ ବିପକ୍ଷରେ ବିଗ୍ ଅରେଞ୍ଜ ବାସ୍ ଆନ୍ତଃ ମହାବିଦ୍ୟାଳୟ ବାସ୍କେଟ୍ ବଲ୍ ଚାମ୍ପିଅନଶିପକୁ 60-57 ପଏଣ୍ଟ ବ୍ୟବଧାନରେ ଜିତି ନେଇଥିଲା ।

ଏବେ ଦଳର ଲକ୍ଷ୍ୟ ରହିଛି ନିଜର ଏହି ସଫଳତାକୁ ସନ୍ତୁଳିତ କରି ରଖିବା ଅର୍ଥାତ୍ ଦୀର୍ଘଦିନ ପର୍ଯ୍ୟନ୍ତ ବଜାୟ ରଖିବା । କାରଣ ଏସଏସୟୁଭିଆନ୍ ମାନେ ବେଶ୍ ଭଲ ଭାବରେ ଜାଣିଛନ୍ତି, ସଫଳତା ପାଇବାଠାରୁ ଏହାକୁ ବଜାୟ ରଖିବା କାଠିକର ।



Comments

Popular posts from this blog

Ganesh Utsav 2025: Ten Days of Devotion, Culture and Celebration at Sri Sri University

Garima Rasali: From Challenges to Triumph, the Emerging Nursing Queen